ଶୀତ ଦିନେ ଗରମ ନା ଥଣ୍ଡା କେଉଁ ପାଣି ଶରୀର ପାଇଁ ବହୁତ ଭଲ; କେଉଁଥିରେ ଗାଧୋଇବା ଉଚିତ, ସଂକ୍ଷେପରେ ଜାଣନ୍ତୁ…

18 hours ago 1
.

କେଉଁ ପାଣିରେ ଗାଧୋଇଲେ ତ୍ବଜା ଚମକ ହରାଏ ନାହିଁ, ଜାଣନ୍ତୁ...

CELLNET

ଓଡିଶା ଭାସ୍କର: ଅନେକ କୁହନ୍ତି ବ୍ରହ୍ମ ମୁହୂର୍ତ୍ତରୁ ଉଠି ଗାଧୋଇବା ଅତ୍ୟନ୍ତ ଭଲ । ଆଉ କେହି କେହି କୁହନ୍ତି ସୂର୍ଯ୍ୟୋଦୟ ଆଗରୁ ଗାଧୋଇବା ଉଚିତ । ସୂର୍ଯ୍ୟୋଦୟ ଆଗରୁ ଗାଧୋଇଲେ ଶରୀର ଠିକ ପରିମାଣରେ ସୂର୍ଯ୍ୟକିରଣରୁ ଭିଟାମିନ-ଡି ଗ୍ରହଣ କରିଥାଏ ।

ତେବେ ଶୀତଦିନ ଆରମ୍ଭ ହୋଇସାରିଲାଣି । ଆଉ ସୀତଦିନେ ଅନକେ ଲୋକଙ୍କ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରିଥାଆନ୍ତି । କାରଣ ଏହା ଆମକୁ ଆରାମ ଦେଇତାଏ । ତେବେ ଶୀତଦିନେ ଗରମ ନା ଥଣ୍ଡା ପାଣି କେଉଁଥିରେ ଗାଧୋଇବା ଆମ ଶରୀର ପାଇଁ ଅତ୍ୟନ୍ତ ଭଲ ଆସନ୍ତୁ ଜାଣିବା ।

ଉଦାହରଣ ସ୍ୱରୂପ, ଗରମ ପାଣି ଆପଣଙ୍କ ମାଂସପେଶୀକୁ ଆରାମ ଦେବା ଏବଂ ଶରୀରରେ ରକ୍ତ ସଞ୍ଚାଳନକୁ ଉନ୍ନତ କରିବାରେ ସାହାଯ୍ୟ କରିପାରେ। କିନ୍ତୁ, ଏହା ଆପଣଙ୍କ ଚର୍ମକୁ ଶୁଷ୍କ ମଧ୍ୟ କରିପାରେ, ବିଶେଷକରି ଶୀତଦିନେ ଆର୍ଦ୍ରତା କମ୍ ଥିବାରୁ। ଅନ୍ୟପକ୍ଷରେ, ଥଣ୍ଡା ପାଣିରେ ଗାଧୋଇବା ଦ୍ବାରା ଏହା ଆମର ରୋଗପ୍ରତିରୋଧକ ଶକ୍ତିକୁ ବଢାଇଥାଏ ମାତ୍ର ଅନେକ ଲୋକଙ୍କର ଶ୍ବାସ ଜନିତ ସମସ୍ଯା ରହିଥାଏ । ଏଣୁ ଏମାନେ ଥଣ୍ଡା ବଦଳରେ ଉଷୁମ ପାଣିରେ ଗାଧୋଇବା ସ୍ବାସ୍ଥ୍ଯ ପାଇଁ ଲାଭଦାୟକ ହୋଇଥାଏ ।

ଶୀତଦିନେ ଗରମ ପାଣିରେ ଗାଧୋଇଲେ କେଉଁ ଲାଭ ମିଳେ: ଶୀତଦିନେ ଗରମ ପାଣିରେ ଗାଧୋଇବା ଆମ ମାଂସପେଶୀକୁ ଆରାମ ଦେଇଥାଏ । ଏହା କ୍ଲାନ୍ତ ଦୁର କରିବା ସହ ଚିନ୍ତା ଦୁର କରିଥାଏ ବୋଲି କୁହାଯାଏ ।

ଶୀତଦିନେ ଥକ୍କା ଓ ଆଳସ୍ୟ ଅନୁଭବ କରୁଥିବା ଲୋକ ସାମାନ୍ୟ ଉଷୁମ ପାଣିରେ ଗାଧୋଇବା ଭଲ । ଗରମ ପାଣି ରକ୍ତବାହୀ ନଳୀଗୁଡ଼ିକୁ ପ୍ରସାରିତ କରେ, ଏହା ରକ୍ତ ପ୍ରବାହକୁ ଉନ୍ନତ କରିବାରେ ସାହାଯ୍ୟ କରେ

ଗରମ ପାଣିରୁ ବାହାରୁଥିବା ବାମ୍ଫ ଦ୍ୱାରା ନାକରେ ବାନ୍ଧିଥିବା ଜମାଟ ମଧ୍ୟ ବନ୍ଦ ହୋଇଯାଏ । ଅନେକ ଲୋକଙ୍କୁ ଶୀତଦିନେ ଥଣ୍ଡା ଲାଗି ରହିଥାଏ ।ଏଣି ଅଳ୍ପ ଉଷୁମ ପାଣିରେ ଗାଧୋଇବା ଦ୍ୱାରା ନାକ ଚୁଣ୍ଟି ହେବାରୁ କିଥି ସମୟ ପାଇଁ ଆରାମ ମିଳିଥାଏ ।

ଏହାଛଡା ଅନେକ ଲୋକ ଶୀତଦିନେ ଥଣ୍ଡା ପାଣିରେ ଗାଧୋଇବା ପାଇଁ ପସନ୍ଦ କରନ୍ତି ନାହିଁ । ତେବେ ଆଦୌ ନ ଗାଧୋେଇବା ଠାରୁ ସ୍ପଳ୍ପ ଉଷୁମ ଥିବା ପାଣିରେ ଗାଧୋଇବା ଭଲ ।

ଗରମ ପାଣିରେ ଗାଧୋଇଲେ କେଉଁ ଅସୁବିଧା ହୁଏ: ଗରମ ପାଣିରେ ଲଗାତାର ଗାଧୋଇବା ଦ୍ବାରା ଚର୍ମ ଶୁଷ୍କ ପଡିଯାଏ । ଫଳରେ କୁଣ୍ଡାଇହେବା ଓ ଶରୀରରେ ଜ୍ବଳନ ଭଳି ସମସ୍ଯା ବୃଦ୍ଧି ପାଇଥାଏ ।

ଥଣ୍ଡା ପାଣିରେ ଗାଧୋଇଲେ କେଉଁ ଲାଭ ମିଳେ: ଥଣ୍ଡା ପାଣିରେ ନିୟମିତ ଗାଧୋଇବା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ଉନ୍ନତ ହୁଏ ବୋଲି ବିଶ୍ୱାସ କରାଯାଏ। ଏହା ବଂ ରକ୍ତ ସଞ୍ଚାଳନକୁ ସଠିକ ରହିବାରେ ସାହାଯ୍ଯ କରିଥାଏ ।

ଏହା ଆପଣଙ୍କ ଆଳସ୍ୟ ହ୍ରାସ କରେ ଏବଂ ଧ୍ୟାନ କେନ୍ଦ୍ରିତ କରିବାରେ ଆହୁରି ସାହାଯ୍ୟ କରେ, ଯାହା ଶୀତ ଦିନଗୁଡ଼ିକରେ ବିଶେଷ ଭାବରେ ଉପଯୋଗୀ ହୋଇପାରେ କାରଣ ଶୀତଦିନେ ଅନେକ ଲୋକଙ୍କୁ ମାନ୍ଦା ଲାଗିଥାଏ ।

ଥଣ୍ଡା ପାଣିରେ ଗାଧୋଇବା ଦ୍ବାରା କେଉଁ ଅସୁବିଧା ହୁଏ: ଥଣ୍ଡା ପାଣିର ହଠାତ୍ ସଂସ୍ପର୍ଶରେ ଆସିବା ଦ୍ୱାରା ଆସ୍ଥମା କିମ୍ବା ବ୍ରୋଙ୍କାଇଟିସ୍ ଭଳି ଲୋକଙ୍କ ପାଇଁ ନିଶ୍ୱାସ ନେବାରେ ଅସୁବିଧା ହୋଇପାରେ କିମ୍ବା ଶ୍ୱାସକ୍ରିୟା ସମସ୍ୟାକୁ ଆହୁରି ତୀବ୍ର କରିପାରେ।

ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି, ଖରାପ ରକ୍ତ ସଞ୍ଚାଳନ କିମ୍ବା ହୃଦରୋଗ ଥିବା ଲୋକମାନେ ଶୀତ ଦିନେ ଥଣ୍ଡାପାଣିରେ ଗାଧୋଇବା ଶରୀର ପାଇଁ ଅନୁଚିତ ବୋଲି କୁହାଯାଏ।

Read Entire Article