ସଂଜୟ ଭୋଳଙ୍କୁ ଆଜୀବନ ବାସନ୍ଦ କଲା ଓମା

4 months ago 17
.

ସମାଜ ଡିଜିଟାଲ ଡେସ୍କ: ଯାତ୍ରା ଜଗତର ଖଳନାୟକ ସଞ୍ଜୟ ଭୋଳଙ୍କୁ ଆଜୀବନ ବାସନ୍ଦ କଲା ଓମା ବା ଅପେରା ମାଷ୍ଟର ସଂଘ(ଓଏମଏ)। ଏକ ପୋଡକାଷ୍ଟରେ ସଞ୍ଜୟ ବିବାଦୀୟ ମନ୍ତବ୍ୟ ଦେଇ ନିଜ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି, ଯାହା ଫଳରେ ଓମା ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି।

ପୋଡକାଷ୍ଟରେ ସଞ୍ଜୟ ଦେଇଥିବା ମନ୍ତବ୍ୟକୁ ନେଇ ଓମା ସଭାପତି ବିଜୟ ଦାସ ପ୍ରତିକ୍ରିୟା ରଖି କହିଛନ୍ତି, ସଞ୍ଜୟ ଭୋଳଙ୍କୁ ଆମେ ଆଜୀବନ ବାସନ୍ଦ କରୁଛୁ। ସେ ଯେଉଁ ଯାତ୍ରାପାର୍ଟିରେ କାମ କରିବେ, ଓମାରେ ସଦସ୍ୟ ଥିବା ଲେଖକ, ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ଯିବେନାହିଁ। ଏ ନେଇ ଆମେ ରାଜ୍ ନନ୍ଦିନୀ ଯାତ୍ରାପାର୍ଟି ମାଲିକଙ୍କୁ ଅବଗତ କରାଇଛୁ ବୋଲି ବିଜୟ କହିଛନ୍ତି। ସଞ୍ଜୟ ୨୦୨୫-୨୬ ବର୍ଷ ଲାଗି ରାଜ ନନ୍ଦିନୀ ପାର୍ଟିରେ କାମ କରିଥାନ୍ତେ। ଅନ୍ୟପଟେ ବିଜୟ ନିଜେ ରାବଣ’, ‘ପାହାନ୍ତି ରାତିର ପାପ’ ନାଟକ ଲାଗି କାମ କରୁଥିଲେ। ସେ ଏହି ନାଟକରୁ ଓହରି ଯାଇଛନ୍ତି।

ସୂଚନାଯୋଗ୍ୟ, ସଞ୍ଜୟ ଏକ ପୋଡକାଷ୍ଟରେ ଯାତ୍ରାର କାହାଣୀ ଲେଖକଙ୍କ ଲେଖାକୁ ଛି ଛି ବୋଲି କହିଥିଲେ। ସେ କହିଥିଲେ, ଲେଖକ ନକଲ କରୁଛନ୍ତି। ହାସ୍ୟାଭିନେତା ଦୟାଙ୍କ କ୍ଷେତ୍ରରେ ଓଏମଏର ଆଭିମୁଖ୍ୟକୁ ନେଇ ସଞ୍ଜୟ କହିଥିଲେ ଯେ, ଏହା ଗୋଇଠା ମାରି ବିଷ୍ଣୁ ହେବା ସଦୃଶ। ସଞ୍ଜୟଙ୍କ ଏପରି ମନ୍ତବ୍ୟକୁ ଓମା ପକ୍ଷରୁ କଡ଼ା ନିନ୍ଦା କରାଯାଇଛି।

Read Entire Article