.
କଟକ: ‘ସମାଜ’ର ୧୦୬ତମ ସ୍ବନକ୍ଷତ୍ର ପୂର୍ତ୍ତିପକ୍ଷ ସମାରୋହ ଉତ୍ସବ ଆସନ୍ତା ୧୫ତାରିଖ ବୁଧବାର ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଲୋକସେବକ ମଣ୍ଡଳର ସଭାପତି ତଥା ଓଡ଼ିଶା ଶାଖା ପରିଚାଳନା ମଣ୍ଡଳୀର ଅଧ୍ୟକ୍ଷ ଶ୍ରୀ ରାଜକୁମାର ଏଥିରେ ସଭାପତିତ୍ବ କରିବେ। ସଂଧ୍ୟା ୫ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଫେସର ବୈଷ୍ଣବ ଚରଣ ସାମଲ ସମ୍ମାନିତ ଅତିଥି ଏବଂ ଲୋକସେବକ ମଣ୍ଡଳର ଉପସଭାପତି ଶ୍ରୀ ଦୀପକ ମାଲବ୍ୟ ଓ ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀ ରାଜେନ୍ଦ୍ର ଜେନା ପ୍ରମୁଖ ଯୋଗଦେେବ।