ସରକାରୀ ହସ୍ପିଟାଲରେ ଅଘଟଣ, ଭୁଲ୍ ଇଞ୍ଜେକ୍ସନ ପାଇଁ ଗୋଟିଏ ରାତିରେ ଚାଲିଗଲା ୬ ରୋଗୀଙ୍କ ଜୀବନ

11 months ago 10
.

କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ୨୪ ଘଣ୍ଟାରେ ୬ ରୋଗୀଙ୍କ ମୃତ୍ୟୁ ପରେ ଉତ୍ତେଜନା।

କୋରାପୁଟ: ହସ୍ପିଟାଲକୁ ରୋଗ ଭଲ କରିବାକୁ ଆସିଥିଲେ। ହେଲେ ସେହି ହସ୍ପିଟାଲର ଅନିୟମିତତା ପାଇଁ ୨୪ ଘଣ୍ଟାରେ ଚାଲିଗଲା ୬ ଜଣ ରୋଗୀଙ୍କ ଜୀବନ। ତାହାପୁଣି ଏକ ସରକାରୀ ହସ୍ପିଟାଲରେ।

ହଁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଭୁଲ ଇଞ୍ଜେକସନ୍ ଯୋଗୁଁ ୬ଜଣଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ନର୍ସ ଆସି ଇଞ୍ଜେକ୍ସନ ଦେବାର ମାତ୍ର ୩ ଘଣ୍ଟା ଭିତରେ ICUରେ ଆଖି ବୁଜିଥିଲେ ୩ ରୋଗୀ। ପରେ ସର୍ଜରୀ ଓ୍ୱାର୍ଡରେ ୨ ଜଣ, ଅନ୍ୟ ଜଣେ ICUରେ ଆଖି ବୁଜିଲେ। ରୋଗୀଙ୍କ ମୃତ୍ୟୁ ପରେ କାନ୍ଦ ବୋବାଳିରେ ଫାଟି ପଡିଥିଲା ହସ୍ପିଟାଲ ପରିସର। ଏହି ଘଟଣାକୁ ନେଇ ବିଜେଡ଼ି ଓ କଂଗ୍ରେସ ମଧ୍ୟ ପ୍ରଶ୍ନ ଉଠାଇଥିଲେ।

ଏପରିକି ରୋଗୀ ମୃତ୍ୟୁକୁ ନେଇ କଂଗ୍ରେସ ଧାରଣା ଦେଇଛି। ମେଡିକାଲ୍ ଗେଟ୍‌ ଆଗରେ ନାରାବାଜି କରିଛି। ସେପଟେ ରାଜ୍ୟ ସରକାର ଶ୍ୱେତପତ୍ର ଦେବାକୁ ଦାବି କରିଛି ବିଜେଡି।

ବଦନାମ ମୁଣ୍ଡାଇବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଏମଇଟି। ଯାଞ୍ଚ ପାଇଁ ଗଠନ ହୋଇଛି ୫ ଜଣିଆ ଟିମ୍‌। ଏମକେସିଜିର ୩ ଜଣ ଓ ଏସସିବିର ୨ ଜଣିଆ ଟିମ୍‌ ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାଲି ସୁଦ୍ଧା ଦେବେ ରିପୋର୍ଟ। ମୃତକଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ମିଳଛି ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା ହୋଇଛି।

Read Entire Article