ସର୍ବସମ୍ମୁଖରେ ଠେଙ୍ଗାରେ ପିଟି ଯୁବକକୁ ହତ୍ୟା

5 days ago 3
.

ଟେନସା,୮।୫(ସମୀର କୁମାର ପାଢୀ): ଭୋଜି ଭାତ ଚାଲିଥିବା ବେଳେ ସାମାନ୍ୟ ବଚସାକୁ ନେଇ ସର୍ବ ସମ୍ମୁଖରେ ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା କରିବା ଘଟଣା ଏବେ କୋଇଡା ଖଣି ଅଞ୍ଚଳରେ ଛାଞ୍ଚଲ୍ୟ ସୃଷ୍ଟି କରିଛି ।
ଏହିପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମରେ। ଗୁରୁବାର ରାତିରେ ଭୋଜି ଭାତ ଖାଇବାକୁ ରୋହି ମୁଣ୍ଡା ଓ ସାଧୁ ମୁଣ୍ଡା ଯାଇଥିଲେ।
ଭୋଜି ଭାତ ଖାଇବା ପରେ ୨ ଜଣ ସାଙ୍ଗ ହୋଇ ଘରକୁ ଫେରିଥିଲେ। କୌଣସି ପୁରୁଣା କଥାକୁ ନେଇ ଉଭୟଙ୍କ ମଧରେ ବଚସା ହୋଇଥିଲା। ଅନ୍ୟ ଲୋକମାନେ ଉଭୟଙ୍କୁ ଝଗଡ଼ା ନ ହେବାକୁ ମଧ୍ୟ କହିଥିଲେ। ମାତ୍ର ଝଗଡ଼ା ଉଗ୍ର ରୂପ ନେଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ରୋହି ମୁଣ୍ଡା ଏକ ଡେଙ୍ଗାରେ ସାଧୁ ମୁଣ୍ଡାକୁ ପିଟିରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ କୋଇଡା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଘଟଣାପରେ ଅଭିଯୁକ୍ତ ରୋହି ମୁଣ୍ଡାକୁ ଗିରଫ କରିଛି।

ସେପଟେ ରାଉରକେଲାରୁ ଏକ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ ଟିମ୍‌ର ଯାଞ୍ଚ ପରେ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ କୋଇଡା ଡାକ୍ତରଖାନା ପଠାଇଛନ୍ତି କୋଇଡା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । କେଶ ନମ୍ବର ୧୧୫/୨୦୨୬ରେ ମାମଲା ରୁଜୁ ହୋଇଛି।

Dharitri – Odisha’s No.1 Odia Daily


Read Entire Article