ନୂଆଦିଲ୍ଲୀ: ନିଲାମ କରାଯାଉଥିବା ଖଣିଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରାଇବାରେ ଓଡ଼ିଶା ଦେଶରେ ଶୀର୍ଷ ସ୍ଥାନ ହାସଲ କରିଛି। ୨୦୧୫ ପରଠାରୁ ନିଲାମ କରାଯାଇଥିବା ଖଣିଗୁଡ଼ିକ ମଧ୍ୟରୁ ୧୦୧ଟି କାର୍ଯ୍ୟକ୍ଷମ ହୋଇଛି। ସେଥିରୁ ସର୍ବାଧିକ ୩୪ଟି ଖଣି ଓଡ଼ିଶାରେ କାର୍ଯ୍ୟକ୍ଷମ ହୋଇଥିବା କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ବ୍ୟତୀତ କର୍ଣ୍ଣାଟକରେ ୧୮, ଗୁଜରାଟରେ ୧୧, ମଧ୍ୟପ୍ରଦେଶରେ ୧୦, ରାଜସ୍ଥାନରେ ୮, ଗୋଆରେ ୭, ଆନ୍ଧ୍ରପ୍ରଦେଶରେ ୫, ଛତିଶଗଡ଼ରେ ୫, ମହାରାଷ୍ଟ୍ରରେ ୩ ଓ ଆସାମରେ ଗୋଟିଏ ଖଣି କାର୍ଯ୍ୟକ୍ଷମ ହୋଇଛି। ଆସାମର ଏହି ଖଣି ନିଲାମ ହେବାର ରେକର୍ଡ ୯ ମାସ ଭିତରେ କାର୍ଯ୍ୟକ୍ଷମ ହୋଇଛି। କାର୍ଯ୍ୟକ୍ରମ ହୋଇଥିବା ଖଣିଗୁଡ଼ିକ ମଧ୍ୟରୁ ୪୭ଟି ଲୁହାପଥର ଓ ୨୯ଟି ଚୂନପଥର ଖଣି ରହିଛି।
Culture: ଗୀତ କୁଡ଼ିଆକୁ ବଞ୍ଚାଇ ରଖିବ ଗୀତମାରା ପରବ
ଏହା ବ୍ୟତୀତ ବକ୍ସାଇଟ୍, ମାଙ୍ଗାନିଜ, କ୍ରୋମାଇଟ୍ ଖଣିଗୁଡ଼ିକ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି ଯାହା ଇସ୍ପାତ, ସିମେଣ୍ଟ୍, ଆଲୁମିନିୟମ ଓ ଭିତ୍ତିଭୂମି କ୍ଷେତ୍ରର କଞ୍ଚାମାଲ ଆବଶ୍ୟକତା ପୂରଣ କରିବ। ଏହି ଅବସରରେ ଖଣି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୨୦୧୫ରେ ଖଣିକୁ ନେଇ ନିଲାମ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ଖଣିଜ ସମ୍ପଦ ଆବଣ୍ଟନରେ ସ୍ବଚ୍ଛତା ଓ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଗତି ହୋଇଛି। ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରି ନିଲାମ କରାଯାଉଥିବା ଖଣିଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯାଉଛି। ୨୦୨୫-୨୬ ଆର୍ଥିକ ବର୍ଷରେ ୨୧୨ଟି ଖଣି ନିଲାମ କରାଯାଇଛି। ପୂର୍ବରୁ କୌଣସି ଗୋଟିଏ ଆର୍ଥିକ ବର୍ଷରେ ଏତେ ସଂଖ୍ୟକ ଖଣି ନିଲାମ କରାଯାଇନଥିଲା। ନିଲାମ ହେଉଥିବା ଖଣିଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରାଇବାରେ ସାହାଯ୍ୟ କରିବା ଲାଗି ଲିଜ୍ଧାରୀମାନଙ୍କୁ ଶୀଘ୍ର ବୈଧାନିକ ମଞ୍ଜୁରି ହାସଲ କରିବା, ବିଭିନ୍ନ ପ୍ରକାର ଅନୁମୋଦନ ନେବା ଓ ଅନ୍ୟାନ୍ୟ ପ୍ରକ୍ରିୟାଗତ ଆହ୍ବାନଗୁଡ଼ିକୁ ସମାଧାନ କରିବା ଲାଗି ରାଜ୍ୟ ସରକାରମାନଙ୍କ ସହ ମିଶି ଖଣି ମନ୍ତ୍ରଣାଳୟ କାମ କରୁଛି। ୨୦୧୫ରୁ ୨୦୨୫ ମେ ସୁଦ୍ଧା ଦେଶରେ ୪୮୬ଟି ଖଣି ନିଲାମ କରାଯାଇଥିଲା। ମଧ୍ୟପ୍ରଦେଶରେ ସର୍ବାଧିକ ୯୯, ରାଜସ୍ଥାନରେ ୮୮, ଓଡ଼ିଶାରେ ୪୮, ଛତିଶଗଡ଼ରେ ୪୬, କର୍ଣ୍ଣାଟକରେ ୪୫ ଓ ମହାରାଷ୍ଟ୍ରରେ ୪୦ଟି ଖଣି ନିଲାମ ହୋଇଥିଲା।
Violence: ହାଓଡ଼ାରେ ନିର୍ବାଚନ ପରବର୍ତ୍ତୀ ହିଂସା, ବିଜେପି କହିଲା- ଟିଏମ୍ସିର ଗୁଣ୍ଡାମାନେ ବୋମା ପକାଇଛନ୍ତି

4 days ago
3