ସେନାକୁ ସଫଳତା; ସୁରକ୍ଷାକର୍ମୀଙ୍କୁ ଗୁଳିରେ ଟଳିଲେ ୨ ଆତଙ୍କୀ, LOCରେ ଚାଲିଥିଲା ଘମାଘୋଟ ଲଢେଇ..

1 day ago 1
.

LOCରେ ୨ ଆତଙ୍କବାଦୀ ନିହତ

CELLNET

ଶ୍ରୀନଗର: ଟଳିଲେ ଦୁଇ ଆତଙ୍କୀ । ସକାଳୁ ଚାଲିଥିଲା ଗୁଳିବିନିମୟ । ସେନାକୁ ମିଳିଲା ସଫଳତା । LOCରେ ଦୁଇ ଆତଙ୍କବାଦୀଙ୍କୁ ସଫା କରିଛନ୍ତି ସୁରକ୍ଷାକର୍ମୀ । କୁପୱାଡାରେ ଚାଲିଥିବା ସର୍ଚ୍ଚ ଅପରେସନ ବେଳେ ଏହି ସଫଳତା ମିଳିଥିଲା । ଏବେ ବି ଚାଲିଛି ସର୍ଚ୍ଚ ଅପରେସନ ।

ସୂଚନାଯୋଗ୍ୟ ଯେ ଏହି ସମୟରେ LOC ଦେଇ ଅନେକ ଆତଙ୍କବାଦୀ ଜାମ୍ମୁକାଶ୍ମିରୀରେ ପ୍ରବେଶ କରିବା ପାଇଁ ପ୍ରୟାସ କରିଥାଆନ୍ତି । ସ୍ନୋଫଲ ଫଳରେ ଶିଖର ପୁରା ଜମା ହୋଇଯାଏ ।

ଏହା ଆଗରୁ ଆତଙ୍କବାଦୀଙ୍କ ମୁକିଆ ଅନେକ ଜଣଙ୍କୁ ଭାରତରେ ପ୍ରବେଶ କରିବା ପାଇଁ ପଠାନ୍ତି । ଏଣୁ ଭାରତୀୟ ଯବାନ ମାନେ ଏହି ଅଞ୍ଚଳରେ ଏବେ କଡ୍ଡା ନଜାର ରଖିଛନ୍ତି । ଆଉ କିଛି ଆତଙ୍କବାଦୀ ଅନୁପ୍ରବେଶ କରିବା ପାଇଁ ପ୍ରୟାସ କରୁଥିବା ବେଳେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ଭିତରେ ଗୁଳିବିନିମୟ ହୋଇଥିଲା । ଏଥିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି ।

Read Entire Article