ପୋଲିସ ଉଭୟଙ୍କୁ ବୁଝାଇସୁଝାଇ ଘରକୁ ପଠାଇ ଦେଇଥିଲା। ଥାନାରୁ ଘରକୁ ଆସିବା ପରେ କିଛି ଠିକ୍ଠାକ ଚାଲିଥିଲା। ତାପରେ ଉଭୟଙ୍କ ଭିତରେ ପୁଣି ଆରମ୍ଭ ହେଲା ବିବାଦ
ଫତେହପୁର: ଉତ୍ତରପ୍ରଦେଶ ଫତେହପୁର ଜିଲ୍ଲାରେ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କୁ ସ୍ତ୍ରୀ ମାଗୁଛି ତଲାକ। ହେଲେ ସ୍ୱାମୀ ନଦେବାରୁ ମାଡ଼ ମାରି ଛୁଆଙ୍କୁ ଧରି ପଳାଇଗଲା ସ୍ତ୍ରୀ। ଏନେଇ ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇଛି। ନ୍ୟାୟ ଦେବା ପାଇଁ ଥାନା ବାବୁଙ୍କୁ ଅନୁରୋଧ କରିଛି।
ଫତେହପୁର କୋତୱାଲି ଗାଁର ସଜ୍ଜାକ ଆଜକୁ ୮ ବର୍ଷ ତଳେ ସୁଲତାନପୁର ଘୋଷ ଥାନା ଅଞ୍ଚଳର ଅଫସାନାଙ୍କୁ ବିବାହ କରିଥିଲେ। ବାହାଘର ପରେ ଉଭୟଙ୍କ ଭିତରେ ସମ୍ପର୍କ ଠିକ୍ଠାକ୍ ଚାଲିଥିଲା। କିନ୍ତୁ ପରେ ବିବାଦ ଆରମ୍ଭ ହୋଇଥିଲା। ପତ୍ନୀ ଅଫସାନା ଅନେକ ସମୟରେ ବାପ ଘରକୁ ଚାଲି ଯାଉଥିଲେ। ଯାହାକୁ ବିରୋଧ କରୁଥିଲେ ସ୍ୱାମୀ। ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏପରିକି ମାମଲା ମହିଳା ଥାନା ପର୍ୟ୍ୟନ୍ତ ଯାଇଥିଲା।
ପୋଲିସ ଉଭୟଙ୍କୁ ବୁଝାଇସୁଝାଇ ଘରକୁ ପଠାଇ ଦେଇଥିଲା। ଥାନାରୁ ଘରକୁ ଆସିବା ପରେ କିଛି ଠିକ୍ଠାକ ଚାଲିଥିଲା। ତାପରେ ଉଭୟଙ୍କ ଭିତରେ ପୁଣି ଆରମ୍ଭ ହେଲା ବିବାଦ। ଏଥର ସବୁ ସୀମା ଅତିକ୍ରମ କରିଛନ୍ତି ଅଫସାନା। ସେ ସଜ୍ଜାକଙ୍କୁ ମାଡ଼ ମାରୁଥିବା ଅଭିଯୋଗ ହୋଇଛି। ଏଥିସହ ଲଗାତାର ତଲାକ ମାଗୁଛନ୍ତି। ହେଲେ ସଜ୍ଜାକ ତଲାକ ଦେଇନାହାନ୍ତି। ଏହା ପରେ ସେ ତାଙ୍କ ମାଡ଼ ମାରି ପିଲାମାନଙ୍କୁ ଧରି ଘରୁ ପଳାଇ ଯାଇଛି।
ସଜ୍ଜାକ ଅଭିଯୋଗ କରିଛନ୍ତି, ଘର ଛାଡିବା ସମୟରେ ତାଙ୍କ ପତ୍ନୀ ନିଜର ତିନି ପିଲାଙ୍କୁ ନେଇଯାଇଛନ୍ତି। ଏତିକି ନୁହେଁ, ସେ ଘରେ ରଖିଥିବା ପ୍ରାୟ ପାଞ୍ଚ ହଜାର ନଗଦ ଟଙ୍କା ଓ ଅଳଙ୍କାର ସାଙ୍ଗରେ ନେଇଯାଇଛନ୍ତି। ଯାହା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଛି। ଏହି ଫୁଟେଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଅନ୍ୟପକ୍ଷରେ ଆଜକୁ ୨ ମାସ ତଳେ ଅଫସାନା ନିଜ ସ୍ୱାମୀ ସଜ୍ଜାକଙ୍କୁ ମାଡ଼ ମାରୁଥିଲେ। ଯାହା ସିସିଟିଭିରେ କଏଦ ହୋଇଥିଲା। ସେହି ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସ୍ୱାମୀଙ୍କ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି।

1 month ago
6