ହୃଦଘାତରେ ଆଖି ବୁଜିଲେ ଦିଗପହଣ୍ଡି ତହସିଲ କର୍ମଚାରୀ, ଶୋକରେ ବୁଡ଼ିଲେ…

1 year ago 26
.

ଦିଗପହଣ୍ଡି,୨୮।୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ କର୍ମଚାରୀ ମମତାରାଣୀ ନାୟକଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡରିଗୁଡା ଗ୍ରାମ ବାସଭବନରେ ମଙ୍ଗଳବାର ରାତିରେ ତାଙ୍କ ମୃତ୍ୟୁ ଘଟିଛି। ସେ ୨୦୨୪ ରେ ଆଉଟ ସୋର୍ସିଂ କର୍ମଚାରୀ ଭାବେ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟରେ ନିଯୁକ୍ତ ହୋଇଥିଲେ। ଜଣେ ସମୟାନୁବର୍ତ୍ତୀ, ଦକ୍ଷ ଏବଂ ମେଳାପୀ ସ୍ବଭାବର ହୋଇଥିବାରୁ ସେ ଅନ୍ୟ ସମସ୍ତ କର୍ମଚାରୀଙ୍କ ପ୍ରିୟପାତ୍ର ଥିଲେ। ବୁଧବାର ତାଙ୍କ ପରଲୋକ ଖବର ପାଇବା ପରେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ସମେତ ସମସ୍ତ କର୍ମଚାରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ ମୃତା କର୍ମଚାରୀଙ୍କ ବାସଭବନରେ ପହଞ୍ଚି ଶୋକାକୂଳ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି।


Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

Read Entire Article