୨ ଭଉଣୀଙ୍କୁ ଧକ୍କା ଦେଲା ଥାର୍, ଜଣେ ମୃତ

4 hours ago 1
.

ଚଣ୍ଡୀଗଡ, ୧୫ା୧୦: ଚଣ୍ଡୀଗଡ ସେକ୍ଟର-୪୬ରେ ଏକ ଏସୟୁଭି ହିଟ୍ ଆଣ୍ଡ୍ ରନ୍ ମାମଲା ସାମ୍ନାକୁ ଆସିଛି। ଏକ ମହିନ୍ଦ୍ରା ଥାର୍ ତୀବ୍ର ଗତି ଆସି ରାସ୍ତା କଡରେ ଠିଆ ହୋଇଥିବା ୨ ଭଉଣୀଙ୍କୁ ଧକ୍କା ଦେଇଥିଲା। ଏଥିରେ ବଡ ଭଉଣୀ ସୋଜେଫଙ୍କ ମୃତ୍ୟୁ ହୋଇଥିବାବେଳେ ସାନ ଭଉଣୀ ଈଶାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଉଭୟ ଯୁବତୀ ଚଣ୍ଡୀଗଡ ବୁଡୈଲ ଅଞ୍ଚଳରେ ବାସ କରୁଥିଲେ। କଲେଜରୁ ଫେରି ଅଟୋକୁ ଅପେକ୍ଷା କରିଥିବା ସମୟରେ ଏସୟୁଭି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରୁ ଏସୟୁଭି ଚାଳକ ଫେରାର ଥିବା ଜଣାପଡିଛି। ଗାଡି ନମ୍ବର ପ୍ଲେଟରୁ ଗାଡି ଚଣ୍ଡୀଗଡର ବୋଲି ଜଣାପଡିଛି। ପୁଲିସ ସିସିଟିଭି ଫୁଟେଜ ସାହାଯ୍ୟରେ ଚାଳକକୁ ସନ୍ଧାନ କରୁଛି।

Read Entire Article