୨୦ରେ ଦୀପାବଳି ପାଳନ ପାଇଁ ପରାମର୍ଶ

2 hours ago 1
.

samajalive

ପୁରୀ, : ଚଳିତ ମାସ ୨୦ ତାରିଖରେ ଦୀପାବଳି ପାଳନ ପାଇଁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପରାମର୍ଶ ଦେଇଛି। ବୁଧବାର ସାମ୍ବାଦିକ ସମ୍ମିଳନୀରେ ପଣ୍ଡିତସଭା କାର୍ଯ୍ୟକାରୀ ସଭାପତି ଆଦିତ୍ୟ ହୃଦୟ ମିଶ୍ର କହିଛନ୍ତି ୨୦ ତାରିଖ ଅପରାହ୍ନ ୩ଟା୨୩ ପରେ ଚତୁର୍ଦ୍ଦଶୀ ତିଥି ଶେଷହେବ। ଏହାପରେ ସନ୍ଧ୍ୟାରେ ଦୀପଦାନ, ପୟାଶ୍ରାଦ୍ଧ, ଲକ୍ଷ୍ମୀପୂଜା, କାଳୀପୂଜା ଆଦି ପାଳନ ବିଧେୟ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇ ଏଭଳି ନୀତି ନିର୍ଦ୍ଧାରଣ କରାଯାଇଛି। ଏହା ଶାସ୍ତ୍ର ଅନୁମୋଦିତ ବୋଲି ସେ କହିଛନ୍ତି। ତା’ ପରଦିନ ୫ଟା ୩୦ ପର୍ଯ୍ୟନ୍ତ ଅମାବାସ୍ୟା ରହୁଛି। ତେବେ ତାହା ମାତ୍ର ଗୋଟିଏ ଦଣ୍ଡ ରହୁଥିବାରୁ ୨୧ ତାରିଖରେ ଦୀପାବଳି ଉତ୍ସବ ପାଳନ କ୍ଷତିକାରକ ହେବ ବୋଲି ସେ କହିଛନ୍ତି। ସବୁ ପଞ୍ଜିକାରଙ୍କ ସହ ଆଲୋଚନା କରାଯାଇ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଶ୍ରୀ ମିଶ୍ର କହିଛନ୍ତି। ସମ୍ପାଦକ ପ୍ରଫୁଲ୍ଲ କୁମାର ମିଶ୍ର ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ସେହିପରି ୨୦ ତାରିଖରେ ଶ୍ରୀଜଗନ୍ନାଥ ମନ୍ଦିରରେ ଦୀପାବଳି ପାଳନ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି।

Previous article

Read Entire Article