୨୨୦ ନମ୍ବର ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ

15 hours ago 1
.

ପାଟଣା : ପାଟଣା-ସାହାରପଡା ଦେଇ ରାଞ୍ଚୀ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ଅବସ୍ଥା ବିଭିନ୍ନ ସ୍ଥାନରେ ଶୋଚନୀୟ ହୋଇପଡ଼ିଛି । ବର୍ଷକ ତଳେ ଦେଓ ଜଳ ସେଚନ ବିଭାଗ ଦ୍ୱାରା ଗୋରାଣ୍ଡିଯୋଡି ଠାରୁ ବଳଭଦ୍ରପୁର ମଧ୍ୟରେ ୬ ଟି କେନାଲ ୨୨୦ ନମ୍ବର ଜାତୀୟ ରାଜପଥକୁ କଟାଯାଇ ତିଆରି କରାଯାଇଥିଲା । ଉକ୍ତ କାମ ଦେଓ ଜଳ ସେଚନ ବିଭାଗର ହୋଇଥିଲେ ମଧ୍ୟ ଉକ୍ତ ବିଭାଗ କାମ କରିବା ଦାୟିତ୍ୱ ଜାତୀୟ ରାଜପଥ ବିଭାଗକୁ ଦିଆଯାଇଥିଲା । ଠିକାଦାର ନିଯୁକ୍ତ କରି ଜାତୀୟ ରାଜପଥ ବିଭାଗ କାମ କରାଇଥିଲା । କାମ ଏତେ ନିମ୍ନ ମାନର ହୋଇଛି ଯେ ବର୍ଷକ ମଧ୍ୟରେ ରାସ୍ତା ରୁ ପିଚୁ ଉଠି ବଡ଼ ବଡ଼ ଖାଲ ସୃଷ୍ଟି ହୋଇଯାଇଛି ।

ସାହାରପଡା ଫାଣ୍ଡି ନିକଟରୁ ଅଳ୍ପ ଦୂରରେ ପୋଲର ଉଭୟ ପଟୁ ପିଚୁ ଉଠି ଖାଲ ହୋଇ ଯାଇଛି । ପ୍ରତିଦିନ ବହୁ ଦୁର୍ଘଟଣା ଘଟୁଛି । ସ୍କୁଟି ଭଳି ଛୋଟ ଯାନ ର ଚକ ଖାଲରେ ଲାଗି ରହୁଛି । ମହିଳା ଚାଳକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ସ୍ଥାନଟି ଜନଗହଳି ସ୍ଥାନ ଦୋକାନରେ ଭରପୁର ଥିଲେ ମଧ୍ୟ ବିଭାଗ ଉକ୍ତ ସ୍ଥାନରେ ଷ୍ଟ୍ରୀଟ ଲାଇଟ ମଧ୍ୟ ଲଗାଇ ନାହିଁ । ବଡ଼ବିଲ ଭଳି ଏକ ଛୋଟ ଗାଁ ରେ ଏ ମୁଣ୍ଡ ରୁ ସେ ମୁଣ୍ଡ ଜାୟେଁ ଷ୍ଟ୍ରୀଟ ଲାଇଟ ଲାଗିଥିଲେ ମଧ୍ୟ ସାହାରପଡା ଏକ ବ୍ଲକ ମୁଖ୍ୟାଳୟ ରେ ଅଳ୍ପ ସ୍ଥାନରେ ଲାଇଟ ଲାଗିଛି । ଆବଶ୍ୟକ ତା ଠାରୁ ବହୁତ କମ ଲାଇଟ ଲାଗିଥିବାରୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏକ ବର୍ଷ ହେବ ଖାଲି ଶାନ୍ତ୍ୱନା ଶୁଣିବାକୁ ମିଳୁଛି ବୋଲି ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି । ଉକ୍ତ ସମସ୍ୟାର ସମାଧାନ ପାଇଁ ସାଧାରଣରେ ଦାବି ହେଉଛି।

Read Entire Article